ETV Bharat / bharat

ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର - Car Accident

author img

By ETV Bharat Odisha Team

Published : Apr 21, 2024, 10:31 AM IST

Updated : Apr 21, 2024, 1:48 PM IST

Pankaj Tripathi brother in law Died: ରାସ୍ତାକଡ ଡିଭାଇଡରରେ ପିଟି ହେଲା କାର । ଥିଲେ ଅଭିନତା ପଙ୍କଜ ତ୍ରିପାଠୀଙ୍କ ଭଉଣୀ-ଭିଣୋଉ । ଘଟଣାସ୍ଥଳରେ ଭିଣୋଇ ମୃତ, ଗୁରୁତର ଭଉଣୀ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର
ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର

ଡିଭାଇଡରରେ ପିଟି ହେଲା କାର: ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ମୃତ, ଭଉଣୀ ଗୁରୁତର

ରାଞ୍ଚି: କାର ଦୁର୍ଘଟଣାରେ ଜଣାଶୁଣା ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇଙ୍କ ମୃତ୍ୟୁ ଘଟିଛି । କାରରେ ଥିବା ପଙ୍କଜଙ୍କ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଝାଡଖଣ୍ଡ ଧନବାଦରେ ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ପଙ୍କଜଙ୍କ ଭଉଣୀ ଓ ଭିଣୋଇ ଯାତ୍ରା କରୁଥିବା କାରଟି ଅନିୟନ୍ତ୍ରିତ ହୋଇ ଡିଭାଇଡରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର ଧକ୍କାରୁ ରାସ୍ତାପାର ହେଉଥିବା ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ପଙ୍କଜଙ୍କ ଭଉଣୀ ସରିତା ତିୱାରୀ ଏବଂ ଭିଣୋଇ ରାଜେଶ ତିୱାରୀ ଓରଫ ମୁନ୍ନା ତିୱାରୀ ଗତକାଲି ଏକ କାରରେ ବିହାରର ଗୋପାଳଗଞ୍ଜରୁ ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଯାଉଥିଲେ । ଅପରାହ୍ନ ପ୍ରାୟ 4ଟା ସମୟରେ ଧନବାଦ ସହରର ନିରସା ବଜାର ନିକଟରେ ଦିଲ୍ଲୀ-କୋଲକାତା ଜାତୀୟ 2-ନମ୍ବର ଜାତୀୟ ରାଜପଥରେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଉଭୟଙ୍କୁ ହସ୍ପିଟାଲରେ ପହଞ୍ଚାଯିବା ପରେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ସରିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସରିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ଓ ସେ ଧନବାଦ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପୁରା ଦୁର୍ଘଟଣାର ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । କାରଟି ମାତ୍ରାଧିକ ବେଗରେ ଥିବାରୁ ନିୟନ୍ତ୍ରଣ ହରାଇଥିବା ଜଣାପଡୁଛି । ଜଣେ ମହିଳା ରାସ୍ତାପାର ହେଉଥିବା ବେଳେ ଏହି କାରଟି ତାଙ୍କୁ ସାମାନ୍ୟ ଧକ୍କା ଦେଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏଥିରେ ମହିଳା ଜଣକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - road accident


ଅନ୍ୟପଟେ ଆଜି ଭୋରରେ ରାଜସ୍ଥାନର ଝାଲାଓ୍ବଡ ଜିଲ୍ଲାରେ ବିବାହ ସାରି ଫେରୁଥିବା ବେଳେ ଏକ କାରକୁ ଏକ ଟ୍ରକ ଧକ୍କା ଦେବା କାରଣରୁ ଘଟଣାସ୍ଥଳରେ 9ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ମଧ୍ୟପ୍ରଦେଶରୁ ବିବାହରେ ଯୋଗଦେଇ ରାଜସ୍ଥାନ ଫେରୁଥିବା ବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2024, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.