ETV Bharat / bharat

ଆରବ ସାଗର ନୌସେନାର ବଡ ଅପରେସନ: 35 ଜଳଦସ୍ୟୁଙ୍କ ଆତ୍ମସମର୍ପଣ, 17 ନାବିକ ଉଦ୍ଧାର

author img

By ETV Bharat Odisha Team

Published : Mar 16, 2024, 11:01 PM IST

35 Pirates Who Hijacked Ship In Arabian Sea Surrender, Indian Navy Saves 17 Crew Members:ଆରବ ସାଗର ନୌସେନାର ବଡ ଅପରେସନ । ଅଧିକ ପଢନ୍ତୁ

ଆରବ ସାଗର ନୌସେନାର ବଡ ଅପରେସନ: 35 ଜଳଦସ୍ୟୁଙ୍କ ଆତ୍ମସମର୍ପଣ, 17 ନାବିକ ଉଦ୍ଧାର
ଆରବ ସାଗର ନୌସେନାର ବଡ ଅପରେସନ: 35 ଜଳଦସ୍ୟୁଙ୍କ ଆତ୍ମସମର୍ପଣ, 17 ନାବିକ ଉଦ୍ଧାର

ହାଇଦ୍ରାବାଦ: ଆରବ ସାଗରରେ ଭାରତୀୟ ନୌସେନା ଏକ ବଡ ଅପରେସନରେ ସଫଳ ହୋଇଛି । ସୋମାଲିଆ ଜଲଦସ୍ୟଙ୍କୁ ଦ୍ବାରା ଅପହୃତ ହୋଇଥିବା ଏକ କାର୍ଗୋ ଜାହାଜକୁ ମୁକ୍ତ କରିଛି ନୌସେନା । ଏହା ସହ 35 ସଶସ୍ତ୍ର ଡାକୁଙ୍କୁ ମଧ୍ୟ କାବୁ କରିବା ସହ ଉକ୍ତ ଜାହାଜରେ ଥିବା ଅପହୃତ ନାବିକ ଓ ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆରବ ସାଗରରେ ପଇଁତରା ମାରୁଥିବା ଭାରତୀୟ ନୌସେନା ଯାହାଜ ଆଇଏନଏସ କୋଲକାତା ଏହି ଅପରେସନରେ ନିୟୋଜିତ ହୋଇଥିଲା । ଦୀର୍ଘ 40 ଘଣ୍ଟାର ଅପରେସନ ସଫଳ ହୋଇଥିବା ନୌସେନା ଏକ୍ସରେ ଫଟୋ ସେୟାର କରି ସୂଚନା ଦେଇଛି ।

ଆରବ ସାଗରରେ ଭାରତୀୟ ଉପକୂଳରୁ ପ୍ରାୟ 1,400 ନଟିକାଲ ମାଇଲ (2,600 କିଲୋମିଟର) ଦୂରରେ ଥିବା ଏକ ଏମ.ଭି ରୁଏନ ନାମକ କାର୍ଗୋ ଜାହାଜକୁ ସୋମାଲିଆ ଦସ୍ୟମାନେ ଅପହରଣ କରିନେଇଥିବା ଓ ସେଥିରେ ଥିବା ନାବିକଙ୍କୁ ବନ୍ଧକ ରଖିଥିବା ନେଇ ଭାରତୀୟ ନୌସେନାକୁ ସୂଚନା ମିଳିଥିଲା । ଆରବ ସାଗରରେ ଥିବା ଲଢୁଆ ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ତୁରନ୍ତ ଘଟଣାସ୍ଥଳୁ ଯାତ୍ରା କରିଥିଲା । ହେଲିକପ୍ଟର ଯୋଗେ ନୌସେନା ଯବାନମାନେ ଦସ୍ୟଙ୍କୁ କାର୍ଯ୍ୟାନୁଷ୍ଠାନ ସହ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ । ଏହା ପରେ ସମସ୍ତ ଦସ୍ୟଙ୍କୁ କାବୁ କରାଯାଇଛି । ଜାହାଜରେ ଥିବା 17 ନାବିକ ଓ ଅନ୍ୟକର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ‘ଆପଣମାନେ 2029ରେ ଅଟକିଛନ୍ତି, ମୁଁ 2047 ପାଇଁ ଚିନ୍ତା କରୁଛି’

ତେବେ ନିକଟରେ ଆରବ ସାଗରରେ ହୁତି ଆତଙ୍କବାଦୀ ଓ ସୋମାଲିଆ ଜଳଦସ୍ୟଙ୍କୁ ଦୌରାତ୍ମ ବଢିବାରେ ଲାଗିଛି । ଭାରତୀୟ ନୌସେନା ମଧ୍ୟ ଏହି କ୍ଷେତ୍ରରେ ଏକାଧିକ ଅପରେସନ ସଫଳତାର ସହ ଶେଷ କରି ବହୁ ଜାହାଜକୁ ଉଦ୍ଧାର କରିଛି । ଭାରତୀୟ ନୌସେନାର ଲଢୁଆ ଜାହାଜ ଏବେ ଏହି କ୍ଷେତ୍ରରେ ପଇଁତରା ମାରୁଛନ୍ତି । ନୌବାଣିଜ୍ଯର ସୁରକ୍ଷା ପାଇଁ ଭାରତ ସମେତ ଏକାଧିକ ରାଷ୍ଟ୍ର ମଧ୍ୟ ଆରବ ସାଗରରେ ସେମାନଙ୍କ ଯୁଦ୍ଧପୋତ ମୁତୟନ କରିଛନ୍ତି । ଇରାନ ସମର୍ଥିତ ହୁତି ଆତଙ୍କବାଦୀ ଗୋଷ୍ଠୀ ନିକଟରେ ଏକାଧିକ ଆକ୍ରମଣ କରିଥିବା ଦାବି କରିଛି । ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଆରବ ସାଗରରେ ମଧ୍ୟ ଉତ୍ତେଜନା ଦେଖାଯାଇଛି । ଏକାଧିକ ଜାହାଜକୁ ମିସାଇଲ ଓ ଡ୍ରୋନ ମଧ୍ୟ ମାଡ କରାଯାଇଛି । ଏହି କ୍ଷେତ୍ରରେ ଭାରତୀୟ ନୌସେନା ଏବେ ପ୍ରଭାବୀ ପାଟ୍ରୋଲିଂ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.