ହୋଟେଲରେ ପ୍ରେମିକା ସହ ଧରାପଡିଲେ ସ୍ବାମୀ, ଦୁହିଁଙ୍କୁ ଚପଲରେ ଛେଚିଲେ ସ୍ତ୍ରୀ

By

Published : Sep 21, 2022, 8:43 AM IST

thumbnail

ଲକ୍ଷ୍ନୌ: ହୋଟେଲରେ ପ୍ରେମିକା ସହ ଅଏସ୍ କରୁଥିଲେ ସ୍ବାମୀ । ଭାଇକୁ ନେଇ ସେହି ହୋଟେଲରେ ପହଞ୍ଚି ଗଲେ ସ୍ତ୍ରୀ । ତା ପରେ ନିଜ ସ୍ବାମୀଙ୍କୁ ପ୍ରେମିକା ସହ ଦେଖି ଚଣ୍ଡୀରୂପ ଧାରଣ କଲେ ମହିଳା । ପାଦରୁ ଚପଲ ବାହାର କରି ଦୁହିଁଙ୍କୁ ନିର୍ଦ୍ଧୁମ ଛେଚିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଯାହା ସୂଚନା ମିଳିଛି, ଏହି ଭିଡିଓଟି ଉତ୍ତରପ୍ରଦେଶ ଆଗ୍ରାର । ସ୍ତ୍ରୀ ହାତରୁ ଚପଲ ମାଡ ଖାଉଥିବା ବ୍ୟକ୍ତି ଜଣକ ଏକ ହସ୍ପିଟାଲରେ ଆଇସିୟୁ ଇନଚାର୍ଜ ଭାବେ କାମ କରନ୍ତି । ପ୍ରେମିକା ସହ ହୋଟେଲରେ ଧରାପଡିବା ପରେ ତାଙ୍କ ସ୍ତ୍ରୀ ଏପରି ଉତ୍ତମ ମଧ୍ୟମ ଦେଇଛନ୍ତି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.