ଲଗାଣ ବର୍ଷା ପ୍ରଭାବ, ଆରଡି ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି

By

Published : Sep 13, 2021, 12:02 PM IST

thumbnail

ଭଦ୍ରକ: ବହୁତ ଦିନ ପରେ ବର୍ଷା ଦିନ ପରି ଲାଗିଲା ସତ ହେଲେ ଏମିତ ଢାଳିଲା ଚାରିଆଡ ଖାଲି ଜଳମୟ ହୋଇଛି । ଶନିବାର ରାତିରୁ ବର୍ଷା ଆରମ୍ଭ ହୋଇ ରବିବାର ଦିନ ତମାମ ବର୍ଷିଥିଲା । ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚ ପାଣି । ଲଗାଣବର୍ଷା ପ୍ରଭାବରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସକାଳର ପହିଲି ଭୋଗ, ଅନ୍ୟାନ୍ୟ ନୀତିକାନ୍ତି, ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଛି । ଏବେ ମଟର ଚାଳିତ ପମ୍ପ ଦ୍ବାରା ମନ୍ଦିର ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି । ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.