ମହାମାୟାଙ୍କ ମହାସପ୍ତମୀ, ସୁନାବେଶରେ ଦର୍ଶନ ଦେଲେ ମାଆ ତାରିଣୀ

By

Published : Oct 2, 2022, 1:48 PM IST

thumbnail

କେନ୍ଦୁଝର: ଧରାବତରଣ କରିଛନ୍ତି ମା' ଜଗତ ଜନନୀ । 2 ବର୍ଷ ପରେ ଜମୁଛି ପୂଜାର ମାହୋଲ । ଆଜି ମା'ଙ୍କ ମହାସପ୍ତମୀ ପୂଜା । ସୁନାବେଶରେ ଦର୍ଶନ ଦେଇଛନ୍ତି ଘଟଗାଁ ରାଣୀ ମା' ତାରିଣୀ । ରାଜ୍ୟର ସର୍ବ ପୁରାତନ ଦେବୀ ପୀଠ ଭାବେ ପରିଚିତ ଘଟଗାଁ ମା' ତାରିଣୀଙ୍କର ମନ୍ଦିରରେ ମା' ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଦୁର୍ଗାପୂଜା ପାଇଁ ମା' ତାରିଣୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ମାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ସାଧାରଣ ଦର୍ଶନ ହୋଇଛି । ଆସନ୍ତା 5ତାରିଖ ପର୍ଯ୍ୟନ୍ତ ମା' ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ଏହି ଦର୍ଶନ ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିଛି । ଭକ୍ତ ତାର ମନସ୍କାମନା ମା'ଙ୍କ ନିକଟରେ ଜଣାଇଛି । ମା'ଙ୍କ ସୁନାବେଶ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.