ମାଣିକେଶ୍ୱରୀଙ୍କ ମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା, ଦ୍ବିତୀୟ ଦିନରେ ପଶୁ ବଳି

By

Published : Sep 27, 2022, 2:14 PM IST

thumbnail

ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ ସହ ପୂଜା ମଣ୍ଡପ । ପ୍ରଥମ ଦିନରେ ଶୈଳପୁତ୍ରୀ ରୂପରେ ମା ପୂଜା ପାଇଥିବାବେଳେ ଆଜି ଦ୍ବିତୀୟ ଦିନ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଉଛି । ଭବାନୀପାଟଣା ସହରର ନକଟିଗୁଡା ପୂଜା ମଣ୍ଡପ, ବାହାଦୂର ବଗିଚା ପଡା ଦୁର୍ଗା ପୂଜା ମଣ୍ଡପ ସହ ଶକ୍ତିପୀଠରେ ମା’ ବନଦୁର୍ଗା ବେଶରେ ଦର୍ଶନ ଦେଉଥିବା ବେଳେ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଉଛି । ସେପଟେ ଅଧିଷ୍ଠିତ ଦେବୀ ମା' ମାଣିକେଶ୍ୱରୀଙ୍କ ମନ୍ଦିରରେ ସକାଳୁ କାଳୁ ଭକ୍ତଙ୍କ ଭିଜ ଜମିଥିଲା । ଷୋଡ଼ଶ ଦିନାତ୍ମକ ପୂଜାର ଦ୍ୱିତୀୟ ଦିନରେ ମାନସିକଧାରୀ ପଶୁ ବଳି ଦେଇ ମା'ଙ୍କ ଆଶୀର୍ବାଦ କାମନା କରିଛନ୍ତି । ଗତ ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁଁ ନବରାତ୍ରୀରେ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିଲା । ଫଳରେ ମାଙ୍କୁ ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତ । କିନ୍ତୁ ଚଳିତ ବର୍ଷା କୌଣସି କଟକଣା ନଥିବାକୁ ଭକ୍ତମାନେ ନବରାତ୍ରୀରେ ମାଙ୍କୁ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.