ଚର୍ଚ୍ଚାରେ ସୁକ୍ଷ୍ମ ଶିଳ୍ପୀ: ଚକ୍-ଦିଆସିଲ କାଠିରେ ରଥ, ନିମ୍ବରେ ଏକ ଇଞ୍ଚର ଚତୁର୍ଦ୍ଧାମୂର୍ତ୍ତି

By

Published : Jun 29, 2022, 9:02 PM IST

thumbnail

ଖୋର୍ଦ୍ଧା: ଦିନକ ପରେ ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସେହିପରି ରାଜ୍ୟର ସୁକ୍ଷ୍ମ ଶିଳ୍ପୀ ଭାବେ ପରିଚିତ ଜଟଣୀ ଅଞ୍ଚଳର ଏଲ ଈଶ୍ୱର ରାଓ ସାଢ଼େ ସାତ ଇଞ୍ଚ ଉଚ୍ଚ ଓ ସାଢ଼େ ତିନି ଇଞ୍ଚ ଚଉଡା ବିଶିଷ୍ଟ ସୁକ୍ଷ୍ମ ରଥ ପ୍ରସ୍ତୁତ କରି । ଏହି ରଥରେ ସେ 52 ଖଣ୍ଡ ଚକ, 101ଟି ଦିଆସିଲ କାଠି ଓ କାଗଜ ଖଣ୍ଡ ସାହାଯ୍ୟରେ ଏହି ରଥ ନିର୍ମାଣ କରିଛନ୍ତି । ତେବେ ରଥରେ ନିମ୍ବ କାଠରେ ଏକ ଇଞ୍ଚ ଉଚ୍ଚତାରେ ତିନି ଠାକୁରଙ୍କୁ ସ୍ଥାପନ କରିଛନ୍ତି ଶିଳ୍ପୀ, ଯାହା ସବୁଠୁ ଆକର୍ଷଣୀୟ ହୋଇଛି । ଏହି ସୁକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ 15 ଦିନ ସମୟ ଲାଗିଥିବା ସେ କହିଛନ୍ତି । ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.