ଆଇଟିଆଇ ପରିସରରେ ପୂଜା ପାଉଛନ୍ତି ରୋବୋଟିକ୍ ବିଶ୍ବକର୍ମା

By

Published : Sep 17, 2022, 5:36 PM IST

Updated : Sep 17, 2022, 8:18 PM IST

thumbnail

ବ୍ରହ୍ମପୁର: ଆଜି ବିଶ୍ବ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା । ସ୍ଥାପତ୍ୟ ଓ ନିର୍ମାଣର ଦେବତା ଭାବରେ ଧରାବତରଣ କରିଛନ୍ତି ସ୍ବୟଂ ଦେବଶିଳ୍ପୀ । ଏହାକୁ ନେଇ ସବୁଠି ଉତ୍ସବ ମୁଖର । ଏହି ଅବସରରେ ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ରୋବୋଟିକ୍ ବିଶ୍ବକର୍ମା । ଏଠାକାର ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କ ଦକ୍ଷତା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ବିଶ୍ବକର୍ମା ପୂଜା ପାଇଁ ବିଦ୍ୟାର୍ଥୀ ମାନେ ବିଶ୍ବକର୍ମାଙ୍କ ପ୍ରତିମୂର୍ତ୍ତିର ହାତକୁ ରୋବୋଟିକ୍ ସଂଯୋଗ କରିଥିବା ବେଳେ ପାଖକୁ ଗଲେ ସେ ହାତରେ ଆଶୀର୍ବାଦ କରୁଥିବା ଦେଖାଯାଇଛି । ପ୍ରଥମ ଥର ପାଇଁ ଇଲେକଟ୍ରିକାଲ ବିଭାଗର ବିଦ୍ୟାର୍ଥୀମାନେ ଅନୁଷ୍ଠାନର ଅଧ୍ୟକ୍ଷ ଏବଂ ପ୍ରଶିକ୍ଷକମାନଙ୍କ ମାର୍ଗଦର୍ଶନରେ ଏଭଳି ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ସରକାରୀ ଆଇଟିଆଇ ପରିସରରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 17, 2022, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.