ଗହଣା ଦୋକାନରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ଝାମ୍ପିନେଲେ ଦୁର୍ବୃତ୍ତ

By

Published : Sep 15, 2022, 6:00 PM IST

thumbnail

ଭଦ୍ରକ : ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ କାର୍ଯ୍ୟକଳାପ । ଶିକାର ହେଉଛନ୍ତି ସାଧାରଣ ଲୋକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ବାସୁଦେବପୁର ବ୍ଲକ ଅନ୍ତର୍ଗତ ବେତଡା ବଜାରର ଏକ ସୁନା ଗହଣା ଦୋକାନର ଦୋକାନୀ ଜଣଙ୍କ ନିଜ ଦୋକାନ ଖୋଲୁଥିଲେ । ଏହି ସମୟରେ ଏକ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ଆସି ଝାମ୍ପି ନେଲେ ଦୋକାନୀଙ୍କ ସୁନାଗହଣା ଭର୍ତ୍ତି ବ୍ୟାଗ୍ । ଏଭଳି ଘଟଣା ଘଟିଛି ତୁଳମତୁଳା ଗାଁର ତାରାକାନ୍ତ ସାହୁଙ୍କ ଜୁଏଲାରୀ ଦୋକାନରେ । ଖବରପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.