ବିଶ୍ୱରେ ନିଆରା: ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା

By

Published : Jul 1, 2022, 9:17 PM IST

thumbnail

ଖୋର୍ଦ୍ଧା: ଆଜି ପୁରଠୁ ପଲ୍ଲୀ ସବୁଠି ଗଡୁଛି ମହାପ୍ରଭୁଙ୍କ ରଥ । କିନ୍ତୁ ସାରା ବିଶ୍ବରେ ଏମିତି ଏକ ସ୍ଥାନ ଯେଉଁଠି ମହାପ୍ରଭୁଙ୍କ ବଡ଼ଦାଣ୍ଡ ପାଲଟେ ନିଲାମ୍ବୁ ଚିଲିକା । ଆଉ ନନ୍ଦିଘୋଷ ରଥ ପାଲଟେ ଡ଼ଙ୍ଗା । ଏହି ଦୁର୍ଲଭ ସ୍ଥାନ ହେଉଛି ମହାପ୍ରଭୁଙ୍କ ଗୁପ୍ତ ଲୀଳାକ୍ଷେତ୍ର ଖୋର୍ଦ୍ଧା ନଇରି ସ୍ଥିତ କାଙ୍କଣ ଶିଖରୀ । ଚାରିକଡରେ ଚିଲିକାର ନୀଳ ଜଳରାଶି ଆଉ ମଝିରେ ଥିବା ଟାପୁରେ ମହାପ୍ରଭୁ ପାତାଳୀ ହୋଇ ଗୁପ୍ତଲୀଳା କରିଥିଲେ । ସେହି ଟାପୁ ଚାରିକଡେ ଡଙ୍ଗାରେ ମହାପ୍ରଭୁଙ୍କ ନିଆରା ରଥଯାତ୍ରା ଅନୁଷ୍ଠିତ ହୁଏ । ଏହି ରଥଯାତ୍ରା ବିଶ୍ବରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଡଙ୍ଗାରେ ରଥ ନିର୍ମାଣ କରାଯାଇଛି । ତିନି ବିଗ୍ରହ ଠାକୁରଙ୍କୁ ଡଙ୍ଗାରେ ନିର୍ମାଣ କରାଯାଇଥିବା ରଥରେ ବିରାଜମାନ କରି ଚିଲିକାର ନୀଳ ଜଳରାଶିରେ କାଙ୍କଣ ଶିଖରୀ କୁଦ ଚତୁଃପାର୍ଶ୍ବରେ ପରିକ୍ରମା କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ଭକ୍ତମାନେ ଶାନ୍ତିଶୃଙ୍ଖଳା ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.