ପୂଜା ପାଇଁ ଉତ୍ସବମୁଖର ରେଶମ ସହର, ସୁରକ୍ଷା ଉପରେ ପୋଲିସର କଡା ନଜର

By

Published : Sep 30, 2022, 7:46 AM IST

thumbnail

ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମପୁର ସହର। ଦୀର୍ଘ ଦୁଇ ବର୍ଷ ପରେ ପୁଣି ଦଶହରାରେ ଜମିବ ଭକ୍ତଙ୍କ ଗହଳି। ଶାନ୍ତି ଶୃଙ୍ଖଳାରେ ସହ କିପରି ପୂଜା କରାଯିବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ପାର୍ବଣ ସମୟରେ ଚୋରା ମାଦକ ଦ୍ରବ୍ୟ କାରବାର ଉପରେ କଡା ନଜର ରହିବା ସହ ଜିଲ୍ଲାରେ ଜୁଆ ଆଡ୍ଡା ଉପରେ ତୀକ୍ଷଣ ନଜର ରଖାଯାଇଛି । ଇତି ମଧ୍ୟରେ ୧୧ ଗୋଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ସାତ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବିଶେଷ ଭାବରେ ପୂଜା ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦିଆଯାଇଥିବା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.