ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

By

Published : Oct 2, 2022, 6:43 AM IST

thumbnail

ପୁରୀ: ଯୁଗେ ଯୁଗେ ଜଗନ୍ନାଥ ମୋ ଜଗନ୍ନାଥ । ଉଠ ଉଠ ହେ ମଣିମା ହୁଅ ସଦୟ । ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସକାଳୁ ସକାଳୁ ଦେଖନ୍ତୁ ଜଗାର ଦିବ୍ୟ ଆଳତୀ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ରୂପେ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ମଙ୍ଗଳ ଆଳତୀ କରାଯାଏ । ଯାହାର ମାହାତ୍ମ୍ୟ ବେଶ ଅଧିକ ରହିଛି । ସକାଳୁ ସକାଳୁ ଏହି ଆଳତୀ ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.