ଚଳଚଞ୍ଚଳ କଳାହାଣ୍ଡି, ଶୈଳପୁତ୍ରୀ ବେଶରେ ପୂଜା ପାଉଛନ୍ତି ମା

By

Published : Sep 26, 2022, 2:58 PM IST

thumbnail

ଭବାନୀପାଟଣା: ଆଜିଠାରୁ ଜଗତ ଜନନୀ ମା' ଦୁର୍ଗତିନାଶିନୀଙ୍କ ନବରାତ୍ରୀ ପୂଜା । ଏଥିପାଇ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ପରମ୍ପରା ଅନୁଯାୟୀ ମା'ଙ୍କ ଷୋଡ଼ଶ ଉପଚାରରେ ହୋମ ଯଜ୍ଞ ପୂଜାର୍ଚ୍ଚନା କରାଯାଉଛି । ଗତକାଲି ବିଲ୍ବବରଣ ପରେ ଆଜି ସକାଳୁ ସୂର୍ଯ୍ୟପୂଜା ଠାରୁ ଆରମ୍ଭ ହୋଇଛି ଦେବୀଙ୍କ ଆବାହନ । ପ୍ରଥମ ଦିନରେ ବିଭିନ୍ନ ପୂଜା ମଣ୍ଡପରେ ଶୈଳପୁତ୍ରୀ ବେଶରେ ପୂଜା ପାଉଛନ୍ତି ମା' ଜଗତ ଜନନୀ । ଜିଲ୍ଲାର ବିଭିନ୍ନ ଶକ୍ତି ପୀଠମାନଙ୍କରେ ମଧ୍ୟ ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ବିଧି ଚାଲିଛି । ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି । ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.