ଗୋଲାପ ଫୁଲ ଓ ଚକଲେଟ ଦେଇ ଟ୍ରାଫିକ ସଚେତନତା କଲେ ସାମ୍ବାଦିକ

By

Published : Jun 28, 2022, 6:05 PM IST

thumbnail

ଖୋର୍ଦ୍ଧା : ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ସାମ୍ବାଦିକ ମାନଙ୍କ ପକ୍ଷରୁ ନିଆରା ଢଙ୍ଗରେ ମଟର ସାଇକେଲ ଚାଳକ ମାନଙ୍କୁ ଟ୍ରାଫିକ ସଚେତନତା କରାଯାଇଛି। ହେଲମେଟ ବ୍ୟବହାର କରି ଗାଡି ଚଳାଉଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ଅଭିନନ୍ଦନ ଜଣାଇଥିବା ବେଳେ ଯେଉଁମାନେ ହେଲମେଟ ବ୍ୟବହାର ନକରି ଗାଡି ଚଳାଉଥିଲେ ସେମାନଙ୍କୁ ପୋଲିସ ଓ ସଡକ ପରିବହନ ଅଧିକାରୀଙ୍କ ପକ୍ଷରୁ ସଚେତନ ଓ ସଜାଗ କରାଯାଇଛି । ସାମ୍ବାଦିକଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସଡିପିଓ ଓ ଅତିରିକ୍ତ ଆରଟିଓ ଯୋଗଦେଇଥିଲେ । ସାମ୍ବାଦିକଙ୍କ ଏଭଳି ପ୍ରୟାସକୁ ପ୍ରସଂଶା କରିଥିଲେ। ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.