ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଦେବାଶିଷ ପଟ୍ଟନାୟକଙ୍କ ଖଣ୍ଡନ

By

Published : Sep 21, 2022, 3:51 PM IST

thumbnail

ନୟାଗଡ: ଆଗାମୀ ନିର୍ବାଚନରେ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ରଣପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳର ଶିକାର ହୋଇଛନ୍ତି ବିଧାୟକ ସତ୍ୟନାରାୟଣ ପ୍ରଧାନ l ଆଗାମୀ ଦିନରେ ତାଙ୍କୁ ବିଜେଡ଼ି ଟିକେଟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି l ସେ ବିଧାୟକ ହେବା ପାଇଁ କେହି କେହି ଚାଁହୁଥିଲେ ବି ଅନେକ ଚାଁହୁନାହାନ୍ତି l ଏପରି ସ୍ଥଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି l ଏପଟେ 2024 ନିର୍ବାଚନ ପାଇଁ ଦେବାଶିଷ ପଟ୍ଟନାୟକ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଛି l ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛାଡ଼ି ଆଗାମୀ ନିର୍ବାଚନରେ ବିଜେଡ଼ି ଟିକେଟରେ ରଣପୁର ବିଧାୟକ ପ୍ରାର୍ଥୀ ହେବା ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟାଇଛନ୍ତି ଦେବାଶିଷ ପଟ୍ଟନାୟକ । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଜଣେ ଲୋକପ୍ରିୟ, ମିଷ୍ଟଭାଷୀ ଜନ ପ୍ରତିନିଧି l ସେ ଆଗାମୀ ଦିନରେ ପୁଣି ବିଧାୟକ ହେବେ । ଆମେ ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବୁ ବୋଲି କହିଛନ୍ତି ଦେବାଶିଷ ପଟ୍ଟନାୟକ l ଜିଲ୍ଲାର ବିକାଶକୁ ସେ ଫୋକସ ଦେଉଥିବା କଥା କହିଛନ୍ତି l ଏପରି କହି ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ସମର୍ଥନ କରିଛନ୍ତି l ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.