Dussehra 2022: ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କୁ ଦର୍ଶନ କଲେ ରାଜ୍ୟପାଳ

By

Published : Oct 5, 2022, 4:16 PM IST

thumbnail

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଭୁଲି ମା’ଙ୍କ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମା’ଙ୍କ ଆଶୀର୍ବାଦ ନେବା ସହ ନିଜର ଭକ୍ତି ପୁଷ୍ପ ଅର୍ପଣ କରିଛନ୍ତି ରାଜ୍ୟପାଳ । ନୟାପଲ୍ଲୀ ପୂଜା ମଣ୍ଡପ ସହ ଅନ୍ୟ ମଣ୍ଡପ ଗୁଡିକରେ ପରିବାର ସହ ଆସି ରାଜଧାନୀର ପୂଜା ପେଣ୍ଡାଲ ଓ ତୋରଣର ଦେଖିଛନ୍ତି ରାଜ୍ୟପାଳ । ମା’ଙ୍କ ପୂଜା ପରେ ଉତ୍କଳ ପ୍ରଦେଶର ପ୍ରତିଟି ନାଗରିକର ଖୁସି ଆଉ ମଙ୍ଗଳ ପାଇଁ ମାଙ୍କ ଆର୍ଶିବାଦ କାମନା କରିଛନ୍ତି । ଏହାସହ ଖାଲି ଉତ୍କଳ ପ୍ରଦେଶର ମଣିଷ ନୁହେଁ କୀଟ ପତଙ୍ଗ ବନ ପୁଷ୍ପ, ନଦ ନଦୀ ସମସ୍ତଙ୍କର ଶୁଭ ମନାସୀ ସେମାନଙ୍କର ସୁରକ୍ଷା ପାଇଁ ଜଗତ ଜନନୀଙ୍କ ପାଖରେ କୃପା ଭିକ୍ଷା କରିଥିବା କହିଛନ୍ତି ରାଜ୍ୟପାଳ । ଏହାସହ ଦାଣ୍ଡିଆ ନାଇଟ୍ସ ମଧ୍ୟ ଯାଇଥିଲେ ରାଜ୍ୟପାଳ । ସେଠାରେ ନିଜେ ଦାଣ୍ଡିଆ ନାଚିବା ସହ ନୃତ୍ୟ କରୁଥିବା ଦାଣ୍ଡିଆ ପ୍ରେମୀଙ୍କୁ ଦେଖି ଖୁସି ହେବ ସହ ଉତ୍ସାହିତ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.