ବେକାରୀ ବିରୋଧରେ କଂଗ୍ରେସର ବିକ୍ଷୋଭ, ଜୋତା ପଲିସି କଲେ ଯୁବକର୍ମୀ

By

Published : Sep 18, 2022, 9:09 AM IST

thumbnail

ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଜାତୀୟ ବେରୋଜଗାର ଦିବସ ଭାବେ ପାଳିଲା ଢେଙ୍କାନାଳ ଜିଲ୍ଲା କଂଗ୍ରେସ । ଦେଶରେ ଦିନକୁ ଦିନ ବେରୋଜଗାର ବଢୁଛି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି । କେନ୍ଦ୍ର ସରକାର ଯୁବକଙ୍କୁ ନିଯୁକ୍ତ ଦେବାରେ ବିଫଳ । ଏହାର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲା ଯୁବ କଂଗ୍ରେସ କର୍ମୀ । ଢେଙ୍କାନାଳ ସହରର ଇନ୍ଦ୍ରାଗାନ୍ଧୀ ମାର୍କେଟ କମ୍ପ୍ଲେକ୍ସରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଯୁବ କଂଗ୍ରେସକର୍ମୀ ମାନେ ସାଧାରଣ ଲୋକଙ୍କ ଜୋତା ପଲିସ କରୁଥିବା ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ ମାନେ କାରଖାନା ଗୁଡିକରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି, ବେକାର ଯୁବକମାନଙ୍କୁ ବେକାରୀ ଭତ୍ତା ପ୍ରଦାନ ଆଦି ଲେଖା ପ୍ଲାକାର୍ଡ ଧରି ଦାବି କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.