ସାମାଜିକ ଗଣମାଧ୍ୟମରେ ବଢୁଛି ଅସାମାଜିକ ଶବ୍ଦର ପ୍ରୟୋଗ

By

Published : Sep 20, 2022, 2:01 PM IST

thumbnail

ବର୍ତ୍ତମାନ ଡିଜିଟାଲ ଓ ସୋସିଆଲ ମିଡିଆ ଯୁଗରେ ଧୀରେଧୀରେ ଅଶ୍ଳୀଳ ଓ ଦ୍ଵିଅର୍ଥ ବୋଧକ ସଙ୍ଗୀତ, ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । କେତେବେଳେ ଏକ ଶ୍ରେଣୀର ଝିଅକୁ ନେଇ ତ ଆଉ କେତେବେଳେ କେଉଁ ଜିଲ୍ଲାର ଝିଅମାନେ କେମିତି ସେନେଇ ସଙ୍ଗୀତ ପ୍ରସ୍ତୁତ ହେଉଛି । ଏପରିକି ୟୁଟ୍ୟୁବରେ ଅଧିକ ଭିୟର୍ସ ପାଇଁ ଦ୍ଵିଅର୍ଥ ବୋଧକ ଶବ୍ଦର ବ୍ୟବହାର କରାଯାଉଛି । ଯାହା ସାମାଜିକ ସ୍ତରରେ ଅନେକ କୁପ୍ରଭାବ ପକାଉଛି । କୋରୋନା ବେଳେ ଅନଲାଇନ କ୍ଳାସ ପାଇଁ ଛୋଟ ପିଲାଙ୍କ ହାତରେ ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ଏପରି ଭିଡ଼ିଓ କିମ୍ବା ସଙ୍ଗୀତ ସେମାନଙ୍କ ଉପରେ କୁପ୍ରଭାବ ପକାଉଛି । ଅନେକ ରଚନା, ସଙ୍ଗୀତ ଯାହା ସମାଜରେ ସଂସ୍କାର ଆଣିବା ବଦଳରେ ସାହିତ୍ୟକୁ ଅପମାନିତ କରୁଥିବା ସାହିତ୍ୟିକମାନେ ଅଭିଯୋଗ କରିଛନ୍ତି । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.