ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର ଉପରେ ବର୍ଷିଲା ଆପ

By

Published : Sep 12, 2022, 10:21 AM IST

thumbnail

ଝାରସୁଗୁଡ଼ା: ରବିବାର ସହରର ଏକ ଘରୋଇ ହୋଟେଲ ଠାରେ ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ନାରୀ ନିର୍ଯାତନା ରାଜ୍ୟରେ ବଢ଼ିବାରେ ଲାଗିଛି । ଏହି ସବୁ କ୍ଷେତ୍ରରେ ରୋକ୍ ଲଗାଇବାରେ ଫେଲ ମାରିଛନ୍ତି ସରକାର ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଦୃଢ଼ତାର ସହ ସ୍ବର ଉଠିଛି । ବିଶେଷ ଭାବେ ଓଡ଼ିଶାରେ ଯେଉଁଭଳି ଶାସନ ଚାଲିଛି ଓ ଆପର ସରକାର ଯେଉଁ ରାଜ୍ୟରେ ଶାସନ ଚାଲିଛି ତାହାକୁ ନେଇ ତର୍ଜମା କରିଥିଲେ ରାଜ୍ୟ ସଭାପତି ସୋମନାଥ ରାଉତ । ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଆପର ଝାରସୁଗୁଡା ଜିଲ୍ଲାର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.