କୂଅ ନିକଟରେ ଦାନ୍ତ ଘଷିବା ସମୟରେ ଖସିପଡିଲେ ବୃଦ୍ଧ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

By

Published : May 17, 2022, 3:31 PM IST

thumbnail

କୋରାପୁଟ: ଅସାବଧାନତା ବଶତଃ କୂଅରେ ପଡିଲେ 75 ବର୍ଷୀୟ ବୃଦ୍ଧ । ଗୁରୁତର ଅବସ୍ଥାରେ ସମ୍ପୃକ୍ତ ବୃଦ୍ଧ ରୂପଧର ହାଲବାଙ୍କୁ ଉଦ୍ଧାର କରିଛି ଦମକଳ ବାହିନୀ । ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଉମୁରି ଗ୍ରାମରେ । ସୂଚନା ଅନୁଯାୟୀ, ହାଲବା ଆଜି(ମଙ୍ଗଳବାର) କୂଅ ନିକଟରେ ଦାନ୍ତ ଘଷୁଥିବା ସମୟରେ ଖସି ପଡିଥିଲେ । ଖବର ପାଇ ଜୟପୁର ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାଲବାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.