ବଜେଟ 2021: ଅର୍ଥନୀତିଜ୍ଞ, ବିଶେଷଜ୍ଞ ଲୋଡିଲେ ଅର୍ଥନୀତି ପାଇଁ ଭିଟାମିନ

By

Published : Jan 30, 2021, 2:41 PM IST

Updated : Jan 30, 2021, 4:18 PM IST

thumbnail

ଭୁବନେଶ୍ବର: ପର୍ଯ୍ୟଟନ କ୍ଷେତ୍ର କୋଭିଡ଼ ଯୋଗୁଁ ସବୁଠୁ ଅଧିକ କ୍ଷତି ଗ୍ରସ୍ତ ହୋଇଛି । ଏଣୁ ଟ୍ୟାକ୍ସରେ ରିହାତି ଓ କମ୍ ସୁଧରେ ଋଣ ଦରକାର କରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ବୋଲି କହିଛନ୍ତି କ୍ରାଉନ୍ ହୋଟେଲ ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ । ସେହିଭଳି କୋଭିଡ଼ ଯୋଗୁ ଅର୍ଥନୀତି ବିଶେଷଭାବେ କ୍ଷତିଗ୍ରସ୍ତ, ସରକାରୀ ରାଜସ୍ବ କମିଛି, ତେଣୁ ଆୟକର ଛାଡ଼ ସୀମା ବଢ଼ିବା ନେଇ ବିଶେଷ ସମ୍ଭାବନା ନାହିଁ ବୋଲି କହିଲେ ଟ୍ୟାକ୍ସ ପରାମର୍ଶଦାତା ବିଭୂତି ଦାଶ । ସେପଟେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଆବଶ୍ୟକ ପୁଞ୍ଜି ବିନିଯୋଗ ଜରୁରୀ । ତେଣୁ ପୁଞ୍ଜି ପ୍ରତ୍ୟାହାରରେ ସରକାର ଗୁରୁତ୍ବ ଦେବା ଦରକାର । ଏପରିକି ଆବଶ୍ୟକ ହେଲେ ସରକାର ଋଣ କରିବାକୁ ପଛାଇବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ରାଜୀବ ସାହୁ । ଏଭଳି ଭାବେ କୋଭିଡ ମାଡରେ ପ୍ରଭାବିତ ଏମ୍ଏସ୍ଏମ୍ଇ, ପର୍ଯ୍ୟଟନ, ହୋଟେଲ୍, ଖଣି ଉଦ୍ୟୋଗ ପାଇଁ ବୁଷ୍ଟର ଲୋଡିଲେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ ଅଧ୍ୟକ୍ଷ ବ୍ରହ୍ମ ମିଶ୍ର । ଶେଷରେ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ହେଉଥିବା ଅବହେଳନାକୁ ଦୃଷ୍ଟି ଦେବାକୁ କହିଲେ ଏଏମସ, ଭୁବନେଶ୍ବର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର । ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ), ଇଟିଭି ଭାରତ

Last Updated : Jan 30, 2021, 4:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.