ଖୋର୍ଦ୍ଧାରେ ବନ୍ୟା ସ୍ଥିତି, ପାଣି ଘେରରେ ୩ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗାଁ

By

Published : Sep 17, 2021, 2:17 PM IST

thumbnail

ଖୋର୍ଦ୍ଧା: ରାଜୁଆ ନଦୀରେ ବନ୍ୟାପାଣି ଆସିବା ଫଳରେ ଜିଲ୍ଲାର 3 ପଞ୍ଚାୟତର 10ରୁ ଊର୍ଦ୍ଧ୍ବ ଗାଁ ଏବେ ପାଣି ଘେରରେ। ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପଞ୍ଚାୟତର ହିରିମୂଳ, ଡିହଖଳା, ରାୟପୁର, ମଶାଣିଆରେ ପାଣି ପଶି ଯାଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ହିରିମୂଳ- ଡିହଖଳା ରାସ୍ତାରେ ୪ ଫୁଟ ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି । ଲୋକେ ଏବେ ବିପଦପୂର୍ଣ୍ଣ ଜୀବନ ବିତାଉଛନ୍ତି । 2 ଦିନ ଧରି ପାଣି ଘେରରେ ରହିବା ପରେ ମେଡିକାଲ ଟିମ ଆଜି(ଶୁକ୍ରବାର) ପହଞ୍ଚିଛି । ସେପଟେ ଏହି ଗାଁ ଗୁଡିକର ଲୋକଙ୍କ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.