ମା' କଟକ ଚଣ୍ଡୀଙ୍କ ଅପୂର୍ବ ମହାସରସ୍ବତୀ ବେଶ, ଭାବବିହ୍ବଳ ଭକ୍ତ

By

Published : Oct 14, 2021, 6:50 PM IST

thumbnail

କଟକ: ଆଜି(ଗୁରୁବାର) ମା' କଟକ ଚଣ୍ଡୀଙ୍କ ମହାସରସ୍ବତୀ ବେଶ । ମା'ଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ । ବିଶେଷକରି ଆଜି ନବରାତ୍ରର ନବମ ଦିନ ହୋଇଥିବାରୁ ଶକ୍ତି ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନେ ମା'ଙ୍କୁ ଦର୍ଶନ କରୁଛନ୍ତି । କୋଭିଡ଼ ନିୟମ ପାଳନ କରି ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗତବର୍ଷ କୋରୋନା ପାଇଁ ମା'ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ତେବେ ଚଳିତବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.