ବିଜୟା ଦଶମୀରେ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ପାଳିତ

By

Published : Oct 15, 2021, 10:10 PM IST

thumbnail

ଭବାନୀପାଟଣା: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଛି। ଏହି ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି । ଏହି ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବିଜୟ ଯାତ୍ରା ବା ରାଜ୍ୟଜୟର ପ୍ରତୀକ ଭାବେ ଏହି ପର୍ବ ପାଳିତ ହୁଏ । ଏକ ସୁଉଚ୍ଚ ସ୍ତମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ପ୍ରତିଯୋଗିତା ହୋଇଥାଏ । ମାଟି ହାଣ୍ଡିରେ ମାଣିକେଶ୍ୱରୀଙ୍କ ପ୍ରସାଦ ଥାଏ । ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥାନ୍ତି। କୋଭିଡ କଟକଣା ଓ ୧୪୪ ଧାରା ବଳବତ୍ତର ଥିବା ସତ୍ତ୍ୱେ ଲାଖମରା ପର୍ବରେ ଜନସମାଗମ ଦେଖିବାକୁ ମିଳିଥିଲା। କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.