ଆସୁଛନ୍ତି ମା' ଜଗତଜନନୀ, ଧରାପୃଷ୍ଠରେ ଧଳା ଚାଦର ବିଛାଇ ଡାକୁଛି କାଶତଣ୍ଡୀ

By

Published : Sep 24, 2021, 12:41 PM IST

thumbnail

ଆରମ୍ଭ ହୋଇଛି ପାର୍ବଣର ଋତୁ । ମାଙ୍କ ଆଗମନ ନେଇ ଧରାପୃଷ୍ଠରେ ହସୁଛି କାଶତଣ୍ଡୀ ଫୁଲ । ପ୍ରକୃତି ଓ ପାର୍ବଣକୁ ନେଇ କାଶତାଣ୍ଡୀ ସବୁଜିମାରେ ଭରିଦେଇଛି ସୌନ୍ଦର୍ଯ୍ୟର ସମ୍ଭାର । କାଶତଣ୍ଡୀର ସମ୍ଭାରରେ କବି ଓ ଭାବୁକ ହେଉଛନ୍ତି ଆନମନା । ରାସ୍ତାକଡରୁ ଆରମ୍ଭ କରି ନଦୀ ପଠା ପର୍ଯ୍ୟନ୍ତ ସବୁଆଡେ ସୌନ୍ଦର୍ଯ୍ୟ ଭରିଛି କାଶତଣ୍ଡୀ । ଏହା ହିଁ ସୂଚାଇ ଦେଉଛି ଧରାପୃଷ୍ଟକୁ ମା' ଆସୁଛନ୍ତି । ପ୍ରକୃତିର ଏହି ମନୋରମ ଦୃଶ୍ୟ ସବୁଜିମା କୋଳରେ ବେଶ୍ ଶୋଭା ପାଉଛି ଏହି ଧବଳ କାଶତଣ୍ଡୀ ଫୁଲ । ବାଟରେ ଯାଉଥିବା ବାଟୋଇ ଠାରୁ ଆରମ୍ଭ କରି ସ୍କୁଲ କଲେଜ ଛାତ୍ରୀ ମଧ୍ୟ ଏହି ସୌନ୍ଦର୍ଯ୍ୟରେ ବିମୋହିତ ହେଉଛନ୍ତି ।ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.