ମାଡିଗଲା ହାଇୱା, ମରିଗଲେ ୧୦୦ ଛେଳି

By

Published : Sep 22, 2021, 12:28 PM IST

thumbnail

ନୟାଗଡ: ଛେଳିପଲକୁ ଦଳିଲା ହାଇୱା । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ହାଇୱା ଚକା ତଳେ ଚାଲିଗଲା ୧୦୦ ଛେଳି ଜୀବନ । ମଙ୍ଗଳବାର ବିଳମ୍ବିତ ରାତିରେ ନୟାଗଡରୁ ଓଡଗାଁ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ବାଲି ବୋଝେଇ ହାଇୱା ବାହାଡାଝୋଲା ନିକଟରେ ସାମ୍ନା ପଟୁ ଆସୁଥିବା ଛେଳି ଗୋଠକୁ ଚାପି ଦେଇଛି l ଫଳରେ ଘଟଣାସ୍ଥଳରେ 100 ଛେଳିଙ୍କ ଜୀବନ ଚାଲିଯାଇଥିବା ଛେଳି ମାଲିକ କହିଛନ୍ତି l ସେପଟେ ଦୁର୍ଘଟଣା ଘଟାଇ ଗାଡିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଓଡଗାଁ ଥାନା ପୋଲିସ ପହଞ୍ଚି ଗାଡିକୁ ଜବତ କରିଵା ସହ ତଦନ୍ତ ଚଳାଇଛି । ଛେଳି ମାଲିକ ସୁବାସ ପ୍ରଧାନ କ୍ଷତିପୂରଣ ଦାବି କରିଛନ୍ତି l ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.