Panchayat Takkar: ଉଚ୍ଚଶିକ୍ଷିତା ପ୍ରାର୍ଥୀ ଅନିତା, ନାରୀଶକ୍ତି ସମୃଦ୍ଧି-ଯୁବକଙ୍କ ଆତ୍ମନିର୍ଭରଶୀଳତା ମୁଖ୍ୟ ଲକ୍ଷ୍ୟ

By

Published : Feb 7, 2022, 2:36 PM IST

thumbnail

ବ୍ରହ୍ମପୁର: ମୋ ପଞ୍ଚାୟତରେ ନାରୀ ଶକ୍ତିକୁ ଅଧିକ ସମୃଦ୍ଧି କରିବା ସହ ରାଜ୍ୟ ସରକାରଙ୍କ ମିଶନ ଶକ୍ତିକୁ ଯେପରି ବୃଦ୍ଧି ହେବ ସେ ନେଇ ଆହୁରି ଗୁରୁତ୍ବ ଦେବି । ଏପରିକି ପଞ୍ଚାୟତର ଯୁବକ ବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବା ମୁଖ୍ୟ ଲକ୍ଷ୍ୟ ରହିଛି । ଏପରି ଉଦ୍ଦେଶ୍ୟ ରଖି ଘରକୁ ଘର ବୁଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ବର ପଞ୍ଚାୟତର ଜଣେ ଉଚ୍ଚଶିକ୍ଷିତ ସରପଞ୍ଚ ପ୍ରାର୍ଥୀ ଅନିତା କୁମାରୀ ସ୍ବାଇଁ । ଗତ ୫ ବର୍ଷ ଧରି ପଞ୍ଚାୟତର ସରପଞ୍ଚ ଭାବରେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ରହିଥିବା ଅନିତା ଚଳିତ ନିର୍ବାଚନରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗ୍ରାମ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ପଞ୍ଚାୟତ ଟକ୍କର'ରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଅନିତାଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ ।

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.