କୋଇଲା ମାଫିଆଙ୍କ ଆକ୍ରମଣ, 2 ଆରପିଏଫ କର୍ମଚାରୀ ଗୁରୁତର

By

Published : Feb 24, 2021, 7:05 PM IST

thumbnail

ଭଦ୍ରକ: କୋଇଲା ଚୋରି ରୋକିବା ପାଇଁ ଯାଇ ମାଡ଼ ଖାଇଲେ ଆରପିଏଫ କ୍ରାଇମବ୍ରାଞ୍ଚ ଟିମ୍ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଧାମରାରୁ ଟ୍ରେନରେ ଆସୁଥିବା କୋଇଲାର ବ୍ୟାପକ ଚୋରା ଚାଲାଣ କରାଯାଇଥାଏ । ତେବେ ଚୋରା କୋଇଲାକୁ ସ୍ଥାନୀୟ ଲୋକେ ବେଆଇନ ଇଟା ଭାଟିରେ ବ୍ୟବହାର କରିଥାନ୍ତି । ଆରପିଏଫ କ୍ରାଇମବ୍ରାଞ୍ଚ ଖବର ପାଇ 8 ଜଣିଆ ଟିମ ପଳାସପୁରରେ ଚଢ଼ାଉ କରି ଏକ ଇଟାଭାଟିରୁ ବେଆଇନ କୋଇଲା ଜବତ କରିଥିଲା । ଏହି ସମୟରେ ସ୍ଥାନୀୟ 20 ରୁ 30 ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ଆରପିଏଫ କ୍ରାଇମବ୍ରାଞ୍ଚର 2 କର୍ମଚାରୀ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.