Panchayat Takkar: କୋଳରେ ୨୦ ଦିନର ଶିଶୁ ଧରି ସରପଞ୍ଚ ପ୍ରାର୍ଥିନୀଙ୍କ ଜୋରଦାର ପ୍ରଚାର

By

Published : Feb 3, 2022, 7:53 PM IST

thumbnail

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ନେଇ ଚାରିଆଡ଼େ ପ୍ରାର୍ଥୀଙ୍କ ଚାଲିଛି ପ୍ରଚାର କାର୍ଯ୍ୟକ୍ରମ । ଏହାରି ମଧ୍ୟରେ ଜଣେ ସରପଞ୍ଚ ପ୍ରାର୍ଥିନୀ କୋଳରେ ୨୦ ଦିନର ଶିଶୁ ପୁତ୍ରକୁ ଧରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ପୋଡାପଦର ପଞ୍ଚାୟତରେ । ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ମାମା ସେଠୀ ନିଜର ନବଜାତ ଶିଶୁ ପୁତ୍ରଙ୍କୁ କୋଳରେ ଧରି ପଞ୍ଚାୟତର ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ପରିକ୍ରମା କରୁଥିବା ଦେଖାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନକୁ ଦିନ ପ୍ରଚାର ସରଗରମ ହେବାରେ ଲାଗିଛି । ଆଉ ଏଭଳି ସମୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଭିନ୍ନଭିନ୍ନ ଢଙ୍ଗରେ ପ୍ରଚାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅବସରରେ ପୋଡାପଦର ପଞ୍ଚାୟତରେ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.