Maldivesରେ ନୂଆ ବନ୍ଧୁ ବନାଇଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡ଼ିଓ

By

Published : Jan 25, 2022, 4:50 PM IST

thumbnail

ହାଇଦ୍ରାବାଦ: ମାଳଦ୍ବୀପରେ ଛୁଟି କାଟୁଛନ୍ତି ନବ ବିବାହିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସେ ପୂର୍ବରୁ ଏହି ହଲିଡ଼େ' ପାରାଡାଇଜ୍‌ରେ ଛୁଟି କାଟିଥୁବାର ଫଟୋ ସେୟାର କରିଥିବା ବେଳେ ଆଜି(ମଙ୍ଗଳବାର) ଆଉ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ କିଛି ପକ୍ଷୀଙ୍କ ସହିତ ଖେଳୁଥିବା ସହିତ ତାଙ୍କୁ ଦାନା ଖୁଆଉଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏଥିରେ ସେ ଡେନିମ ଜିନ୍ସ ଓ ପିଙ୍କ୍‌ ଟି-ସାର୍ଟ ପିନ୍ଧିଛନ୍ତି । ସୋମବାର କ୍ୟାଟ୍ରିନା ସେୟାର କରିଥିବା ଫଟୋରେ ହ୍ବାଇଟ ଓ ଗ୍ରୀନ ରଙ୍ଗର ଡ୍ରେସ ସହିତ ମ୍ୟାଚିଂ ଜ୍ୟାକେଟ ପିନ୍ଧିଥିଲେ। କ୍ୟାଟ୍‌ ଏକ ମୃଦୁ ପାନୀୟ ବିଜ୍ଞାପନର ସୁଟିଂ ପାଇଁ ମାଳଦ୍ବୀପ ଯାଇଥିବା ଜଣାପଡ଼ିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.