Viral Video: ଚିଲିକା ବିଧାୟକଙ୍କ ଦବଙ୍ଗଗିରି ଜାରି, କହିଲେ ଭୋଟ ଦେଇଛି ବୋଲି..

By

Published : Dec 15, 2021, 8:19 PM IST

thumbnail

ଖୋର୍ଦ୍ଧା: ପୁଣି ଦବଙ୍ଗଗିରି ଦେଖାଇଲେ ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦେବ (Chilika MLA Prashant Jagdev)। ଦଳରୁ ନିଲମ୍ବନ ପରେବି ଜବାନରେ ଲାଗୁନି ଲଗାମ । ଆଉ ଏହି ଦବଙ୍ଗ ଗିରି ଦେଖାଉଛନ୍ତି ନିଜ ଭୋଟରଙ୍କୁ । ଯେଉଁମାନେ ଭୋଟ ଦେଇ ବିଧାନସଭା ପଠାଇଥିଲେ, ତାଙ୍କ ସମସ୍ୟା ବୁଝିବା ବଦଳରେ କହୁଛନ୍ତି ଭୋଟ ଦେଇଛ ବୋଲି କଣ ପ୍ୟାଣ୍ଟ ସାର୍ଟ ମୋର ଖୋଲିଦେବ କି ? ଯାହାର ଭିଡିଓ ଏବେ ଭାଇରଲ ହେଉଛି । ସୂଚନା ଅନୁସାରେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ଏକ ମଣ୍ଡପରେ ଚାଲୁଥିଲା କର୍ମୀ ସମ୍ମିଳନୀ । ବିଧାୟକଙ୍କୁ ଜଣେ ମହିଳା ଆମେ ଭୋଟ ଦେଇ ଜିତାଇଛୁ ଆମ ଅଭିଯୋଗ ଶୁଣ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବହୁବଳୀ ବିଧାୟକ କହିଲେ ଭୋଟ ଦେଇଛ ବୋଲି ମୋ ପ୍ୟାଣ୍ଟ ସାର୍ଟ ଖୋଲିଦିଅ.. କହି ପାଖକୁ ଧାଇଁ ଆସିଥିଲେ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.