Watch: ଓସ୍କାର ଜିତି ହୋମଟାଉନ ଫେରିଲେ RRR ଷ୍ଟାର ରାମ ଚରଣ, ଫ୍ୟାନ୍ସ ମହଲରେ ଉତ୍ସାହ

By

Published : Mar 18, 2023, 9:50 PM IST

thumbnail

ହାଇଦ୍ରାବାଦ: ଦକ୍ଷିଣ ସିନେମା RRRର ନାଟୁ ନାଟୁ ଗୀତକୁ ମିଳିଛି ୯୫ତମ ଏକାଡେମୀ ଆୱାର୍ଡ ଓସ୍କାର । ଲସ୍‌ ଆଞ୍ଜେଲସ‌୍‌ରେ ଅନୁଷ୍ଠିତ ଏହି ବିଗ୍‌ ଇଭେଣ୍ଟରେ ଯୋଗ ଦେଇଥିଲେ ଅଭିନେତା ରାମ ଚରଣ । ଓସ୍କାର ମଞ୍ଚରେ ନାଟୁ ନାଟୁ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ କିଛି ବିଦେଶୀ କଳାକାର । ତେବେ ରାମ ଚରଣ ଶୁକ୍ରବାର ହୋମ ଟାଉନ ହାଇଦ୍ରାବାଦ ପ୍ରତ୍ୟାବର୍ତ୍ତନ କରିବା ବେଳେ ତାଙ୍କୁ ଏୟାରପୋର୍ଟରେ ଫ୍ୟାନ୍ସମାନେ ଗ୍ରାଣ୍ଡ ୱେଲକମ କରିଛନ୍ତି । ଘଣ୍ଟା ଘଣ୍ଟା ଧରି ରାମଚରଣଙ୍କ ଝଲକ ଦେଖିବା ଲାଗି ଫ୍ୟାନ୍ସମାନେ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ । ତେବେ ରାମଚରଣ ଏଥିଲାଗି ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାମଚରଣଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ ଫ୍ୟାନ୍ସ । ରାମ ଚରଣ ଓ ସହ କଳାକାର ଜୁନିଅର NTR ଫିଲ୍ମରେ ନାଟୁ ନାଟୁରେ ଡାନ୍ସ କରିଥିଲେ । ଯାହାକୁ ଖୁବ ପସନ୍ଦ କରିଥିଲେ ଫ୍ୟାନ୍ସ । ବିଶ୍ବସ୍ତରରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ଆଜି ଓସ୍କାର ଜିତିଛି ଏହି ଗୀତ । ରାମଚରମଙ୍କ ସହ ପତ୍ନୀ ଉପାସନା ଏହି ଆୱାର୍ଡ ଶୋ'ରେ ଯୋଗ ଦେଇଥିଲେ । ତେବେ ଏହି ଦମ୍ପତି ନିଜର ପ୍ରଥମ ସନ୍ତାନକୁ ୱେଲକମ କରିବାକୁ ଯାଉଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.