ବ୍ରହ୍ମପୁରରେ ତେଲୁଗୁ ଓ କନ୍ନଡ ଅଭିନେତା ରବି ଶଙ୍କର ଓ ସାଇ କୁମାରଙ୍କୁ ବିପୁଳ ସମ୍ୱର୍ଦ୍ଧନା
Published: Mar 18, 2023, 11:26 AM

ବ୍ରହ୍ମପୁର: ତେଲୁଗୁ ଓ କନ୍ନଡ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ପି.ସାଇ କୁମାର ଏବଂ ପି.ରବି ଶଙ୍କର ଶର୍ମାଙ୍କୁ ରେଶମ ସହର ବ୍ରହ୍ମପୁରରେ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଛି । ବ୍ରହ୍ମପୁର ଗସ୍ତରେ ଆସିଥିବା ଏହି ଦୁଇ ଅଭିନେତାଙ୍କୁ ବ୍ରହ୍ମପୁର ସହରର ସର୍ବ ପୁରାତନ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁର ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ସ୍ଥିତ ପ୍ରକାଶମ୍ ହଲ ଠାରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ସମ୍ୱର୍ଦ୍ଦନା କାର୍ଯ୍ୟକ୍ରମରେ ଖାଦ୍ୟ ଠାରୁ ଆରମ୍ଭ କରି ଅନେକ ଅନୁଭୂତିକୁ ସାଉଣ୍ଟିଥିଲେ ଦୁଇ ଅଭିନେତା । ଏପରିକି ବ୍ରହ୍ମପୁର ସହରରେ ନିଜର ବାଲ୍ୟ ଜୀବନ ସହିତ ସହରର ମଙ୍ଗଳବାର ପେଟା ସାହିରେ ରହିଥିବା ଅନେକ ସ୍ମୃତି ମନେ ପଡେ ବୋଲି କହିଥିବା ବେଳେ ଏହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ଉତ୍ସାହିତ କରିଥିଲା । କୁଳପତି ପ୍ରଫେସର ଆର୍.ଭେଙ୍କଟ ରାଓ ଏବଂ ଜଣେ ଜଣାଶୁଣା ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆର୍.ଏସ୍.ଏନ୍ ମୂର୍ତ୍ତିଙ୍କୁ ଏହି ଅବସରରେ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର