ପବିତ୍ର ରାମ ନବମୀରେ ଚଳଚଞ୍ଚଳ ସପ୍ତଶଯ୍ୟାର ରାମ ମନ୍ଦିର, ପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କର ଭିଡ

By

Published : Mar 30, 2023, 5:20 PM IST

thumbnail

ଢେଙ୍କାନାଳ: ପବିତ୍ର ରାମ ନବମୀ ଅବସରରେ ଉତ୍ସବମୁଖରିତ ଗାଁ ଠୁ ସହର । ଢେଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ । ପ୍ରଭୁଙ୍କ ଦର୍ଶନ କରି ପରିବାରର ମଙ୍ଗଳ ମନାସୁଛନ୍ତି ମାନସିକଧାରୀ। ସପ୍ତଶଯ୍ୟା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ, ମାତା ସୀତା, ସାନଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘନଙ୍କ ସମେତ ହନୁମାନ ଓ ପାରିଷଦ ବର୍ଗଙ୍କ ସହ ବିଦ୍ୟମାନ । ପ୍ରତ୍ୟେକ ବର୍ଷ ପରି ଉତ୍କଳ ସତ୍ୟ ସମାଜ ପକ୍ଷରୁ ବିଶ୍ୱଶାନ୍ତି ଉଦ୍ଧେଶ୍ୟରେ ଯଜ୍ଞ ଉତ୍ସବ ଆୟୋଜନ କରାଯାଇଛି । ପୀଠର ପାଦ ଦେଶ ବଡ଼ଗିଲାଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଦେଖିବାକୁ ମିଳିଛି । ପ୍ରଭୁଙ୍କ ପୂଜାର୍ଚ୍ଚନା, ଶଙ୍ଖ ଧ୍ବନି, ଭଜନ କୀର୍ତ୍ତନରେ ପରିବେଶରେ ଆଧ୍ୟାତ୍ମିକ ଚେତନା ଭରି ଉଠିଛି । ଯାହା ଫଳରେ ଆଜିର ଦିନରେ ଖାଲି ଯେ ଢେଙ୍କାନାଳ ନୁହଁ ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳରରୁ ଶ୍ରଦ୍ଧାଳୁ ମାନେ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ସପ୍ତଶଯ୍ୟାକୁ ଆସୁଥିବା ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ଢେଙ୍କାନାଳ

TAGGED:

Ramadam

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.