Watch: ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଲେ ଦେଶର ପ୍ରଥମ ମହିଳା ଲୋକୋ ପାଇଲଟ

By

Published : Mar 15, 2023, 5:32 PM IST

thumbnail

ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ମହିଳା ଲୋକ ପାଇଲଟ ଭାବେ ରେକର୍ଡ କରିଥିବା ସୁରେଖା ଯାଦବ ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିଛନ୍ତି । ପ୍ରଥମ ମହିଳା ଲୋକୋପାଇଲଟ ଭାବେ ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଛନ୍ତି । ସୁରେଖା ଯାଦବ ଗତ(ସୋମବାର) ମହାରାଷ୍ଟ୍ରର ସୋଲାପୁର ଷ୍ଟେସନରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (CSMT) ପର୍ଯ୍ୟନ୍ତ ଏହି ଟ୍ରେନକୁ ଚଳାଇ ରେକର୍ଡ କରିଛନ୍ତି । ଯାହାର ଭିଡିଓ ଏବେ ରେଳ ମନ୍ତ୍ରଣାଳୟ ସାର୍ବଜନୀନ କରିଛି । ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପ୍ଲାଟଫର୍ମ ନମ୍ବର 8ରେ ପହଞ୍ଚିବା ପରେ ସୁରେଖାଙ୍କୁ ରେଳବାଇ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏନେଇ ସୁରେକ୍ଷା କହିଛନ୍ତି ‘‘ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଭାରତୀୟ ରେଳବାଇରେ ନିୟୋଜିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାର ସୁଯୋଗ ମିଳିଥିବାରୁ ମୁଁ ସୌଭାଗ୍ୟ ମନେ କରୁଛି । ଏଥିପାଇଁ ରେଳମନ୍ତ୍ରଣାଳୟକୁ  ଧନ୍ୟବାଦ ଦେଉଛି ।’’  ଏହା ତାଙ୍କ ପାଇଁ ଭିନ୍ନ ଏକ ଅନୁଭବ । ଏହି ସଫଳତା ପାଇଁ ସହଯୋଗ କରିଥିବା ସମସ୍ତ ସହଯୋଗୀ, ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ବୋଲି କହିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.