ଆଜିର ମ୍ୟାଚରେ ଭାରତର ପ୍ରଦର୍ଶନ କିପରି ରହିବ, ଶୁଣନ୍ତୁ କଣ କହୁଛନ୍ତି କ୍ରିକେଟ ସମୀକ୍ଷକ
କଟକ: ବିଶ୍ବକପ ଫାଇନାଲ ଲଢେଇ ପାଇଁ କଉଣ୍ଟ ଡାଉନ ଆରମ୍ଭ ହୋଇଛି। କିଛି ସମୟ ପରେ ପଡିବ ଟସ, ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ। ଏହି ମ୍ୟାଚକୁ ଦେଖିବାକୁ ଅପେକ୍ଷା କରିଛି ପୁରା ବିଶ୍ବ । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇନାଲ ଫାଇଟ । ତେବେ କିପରି ରହିବ ଆଜିର ମ୍ୟାଚ, ଭାରତର ପ୍ରଦର୍ଶନ କିପରି ରହିବ ଏନେଇ କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲଙ୍କ ସହ ଆଲୋଚନା କରଛନ୍ତି ଆମ ପ୍ରତିନିଧି । ସେ କହିଛନ୍ତି ଯେ, ଆଜିର ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିବା ନେଇ ପ୍ରତିଟି ଭାରତୀୟ ଆଶା। ଦଳରେ ବ୍ୟାଟିଂ ଓ ବୋଲି ବିଭାଗ ସୁଦୃଢ ରହିଛି। ବିଶ୍ବର ସବୁଠାରୁ ବଡ ମ୍ୟାଚ ଆଜି ରହିଛି। ଭାରତ ପାଇଁ ଆଜି ସ୍ବର୍ଣ୍ଣିମ ସୁଯୋଗ ରହିଛି। ଭରତର ଭଲ ପ୍ରଦର୍ଶନ ରହିଛି। ଭାରତ ଆୟୋଜକ ଥିବାରୁ ଟ୍ରଫି ହାତେଇବା ପାଇଁ ମଧ୍ୟ ଦାବିଦାର ରହିଛି। ଏକାଦାଶରେ ପରିବର୍ତ୍ତନ ହୋଇ ନପାରେ। ଆର ଅଶ୍ବିନୀଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏହା ହୋଇନପାରେ। ସ୍ପିନରେ ଆବଶ୍ୟକ ପଡିଲେ କୋହଲି ଓ ରୋହିତ ମଧ୍ୟ ବୋଲିଂ କରିପାରିବେ । ପେସ ଆଟାକରେ ଭାରତ ପ୍ରଦର୍ଶନ ଭଲ ରହିଛି। ରୋହିତ ଶର୍ମାଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବପୂର୍ଣ୍ଣ। ତାଙ୍କର ପ୍ରଦର୍ଶନ ଯୋଗୁଁ ପୂର୍ବ ମ୍ୟାଚ ଗୁଡିକରେ ଅନ୍ୟ ଖେଳାଳି ମାନେ ବିନା ଚାପରେ ଖେଳୁଛନ୍ତି। ଅଷ୍ଟ୍ରେଲିଆର ଟପ ଥ୍ରି ବ୍ୟାଟରଙ୍କୁ ଯଦି ଭାରତୀୟ ବୋଲର ଆଉଟ କରୁଛନ୍ତି ତେବେ ଭାରତ ପାଇଁ ଆଜିର ବିଜୟ ସହଜ ହେବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ।
ଏହା ମଧ୍ୟ ପଢନ୍ତୁ- ବିଶ୍ୱକପ ଫାଇନାଲରେ କାହାର ପଲ୍ଲା ରହିବ ଭାରି, ଏମିତି କିହିଲେ ପ୍ରଶଂସକ
ଇଟିଭି ଭାରତ,କଟକ