କାଳବୈଶାଖୀରେ ଘାଇଲା ବିରଳ ପକ୍ଷୀ, ଚିକିତ୍ସା କରୁଛି ବନ ବିଭାଗ

By

Published : Mar 20, 2023, 7:54 PM IST

thumbnail

ଢେଙ୍କାନାଳ: ଅସୁସ୍ଥ ଅବସ୍ଥାରେ ଠାବ ହେଲା ବିରଳ ପକ୍ଷୀ । ବିରଳ ପ୍ରଜାତିର ଏକ ବିରାଟକାୟ ପକ୍ଷୀ ଢେଙ୍କାନାଳ ଜିଲ୍ଲାରେ ଠାବ କରାଯାଇଛି । ଉଦ୍ଧାର ପକ୍ଷୀର ଉଚ୍ଚତା ପ୍ରାୟ ୩ ଫୁଟ ହେବାର ଅନୁମାନ କରିଛନ୍ତି ପ୍ରାଣୀ ଚିକିତ୍ସକ । ଢେଙ୍କାନଳର କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ କୋରିଆପାଳ ଗ୍ରାମରେ ଏହି ପକ୍ଷୀଟି ଉଦ୍ଧାର ହୋଇଛି । ତେବେ ଗତ ରାତିରେ (ରବିବାର) କାଳବୈଶାଖୀରେ ଏହି ବିରଳ ପ୍ରଜାତିର ପକ୍ଷୀ ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । କୁକୁର, ବିରଡି ଆଦି ଜୀବଙ୍କ ଠାରୁ ବିରଳ ପକ୍ଷୀକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନବିଭାଗକୁ ହସ୍ତାନ୍ତର କରିଥିଲେ । କଙ୍କଡାହାଡ ପଶୁ ଚିକିତ୍ସଙ୍କ ନିକଟକୁ ପକ୍ଷୀଟିର ଚିକିତ୍ସା ଜାରି ରହିଛି । ତେବେ ଏବେ ପକ୍ଷୀଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି । ପକ୍ଷୀଟି ସମ୍ପୁର୍ଣ୍ଣ ସୁସ୍ଥ ହେବାପରେ ଛାଡି ଦିଆଯିବ ବୋଲି ବିଭାଗ ସୂଚନା ଦେଇଛି । ତେବେ ଏହି ପ୍ରଜାତିର ପକ୍ଷୀ ସାଧରଣତଃ ଉତ୍ତର-ପୂର୍ବ ଦେଖାଯାଏ ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି । ଇଟିଭା ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.