DIGITAL DIALOGUE: 'ଡ୍ରାଇଭର ମହାସଂଘ ହିଂସାପଥ ଛାଡନ୍ତୁ, ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ସହ ଆଲୋଚନା କରନ୍ତୁ'

By

Published : Mar 18, 2023, 5:31 PM IST

thumbnail

ଭୁବନେଶ୍ବର: ରାଜ୍ୟରେ ଡ୍ରାଇଭର ମହାସଂଘର 'ଷ୍ଟିଅରିଂ ଛାଡ଼ ଆନ୍ଦୋଳନ' ଯୋଗୁଁ ଯାତାୟତ ବେଶ ପ୍ରଭାବିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ନିବେଦନ ପରେ ୩ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି ଡ୍ରାଇଭର ମହାସଂଘ । ୩ମାସ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ବେଳେ ଦାବି ପୂରଣ ନ ହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବ ଡ୍ରାଇଭର ମହାସଂଘ । ତେବେ ଏଭଳି ଆନ୍ଦୋଳନ ଯୋଗୁଁ କୌଣସି ସମସ୍ୟାର ସମାଧାନ ହେବ ନାହିଁ । ଡ୍ରାଇଭର ମହାସଂଘ ହିଂସାପଥକୁ ଛାଡ଼ି ଅହିଂସା ପଥ ଆପଣାଇବା ଉଚିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ଆଜି ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗରେ ଯୋଡ଼ି ହୋଇ ସଂଘକୁ ଅପିଲ କରିଛନ୍ତି ନିଖିଳ ଓଡ଼ିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ ।  

ସେ କହିଛନ୍ତି, "ଏଭଳି ଆନ୍ଦୋଳନ କରି ନିଜ ଦାବି ପୂରଣ ଲାଗି ଉଦ୍ୟମ କରୁଛନ୍ତି ଡ୍ରାଇଭର ମହାସଂଘ । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ମୁକାବିଲା ସ୍ତରକୁ ଗଲେ କୌଣସି ଦାବି ପୂରଣ ହେବ ନାହିଁ । ଆମେ ଯେତେ ଆଲୋଚନା ସ୍ତରକୁ ଯିବା ସେତେ ସୁଫଳ ମିଳିବ । ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ । ଆଜି ଦାବି ଜଣାଇ କାଲି ଏହାକୁ ପୂରଣ କରିବା ଲାଗି ଆନ୍ଦୋଳନ କରିବା, ଏହା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କ ଚିନ୍ତାଧାରା ନୁହେଁ । ଏପରି ବେଆଇନ ଆନ୍ଦୋଳନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ।"  

ଏହା ବି ପଢନ୍ତୁ- ସିଏସ ଓ ଡିଜିଙ୍କ ତାଗିଦ ପରେ ନରମିଲା ଡ୍ରାଇଭର ମହାସଙ୍ଘ, ଆନ୍ଦୋଳନ ସ୍ଥଗିତ

କେଉଁଠି ନା କେଉଁଠି ସରକାରଙ୍କ ଦ୍ବାରା ଦାବି ପୂରଣ କରିବାରେ ବିଳମ୍ବ ଯୋଗୁଁ ଏଭଳି ଆନ୍ଦୋଳନ ବସା ବାନ୍ଧିଛି । ସରକାର ଯେଉଁ ୩ ମାସ ସମୟ ନେଇଛନ୍ତି, ତୁରନ୍ତ ପରିବହନ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରନ୍ତୁ । ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ ଖୋଲନ୍ତୁ । ତୁରନ୍ତ ଯଦି ସରକାର ଏହାକୁ ପୁରଣ କରିଥାନ୍ତେ ଆଜି ଓଡ଼ିଶାବାସୀ ଏହି ଦିନ ଦେଖିନଥାନ୍ତେ ବୋଲି ସେ କହିଛନ୍ତି । ତେବେ ସରକାରଙ୍କ ନିକଟରେ ତାଙ୍କର କଣ ଦାବି ରହିଛି, ଡ୍ରାଇଭରମାନଙ୍କ କଣ ସମସ୍ୟା ରହିଛି, ବିଭିନ୍ନ ସଂଗଠନକୁ ନେଇ ତିଆରି ହୋଇଥିବା ସଂଘର ଦାବି କଣ, ସରକାର ସେମାନଙ୍କ ଦାବିକୁ କେତେ ଗୁରୁତ୍ବ ଦେଉଛନ୍ତି, କିପରି ଡ୍ରାଇଭର ମହାସଂଘର ଏପରି ହିଂସାତ୍ମକ ଆନ୍ଦୋଳନ ଜନ୍ମ ନେଲା ଏଭଳି ତମାମ ଦିଗରେ ଆମ ସହିତ ଆଲୋଚନା କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.