ଦୁର୍ନୀତି ପ୍ରତିବାଦରେ ଅନୁଗୋଳର ୩ଟି ବ୍ଲକ ଘେରାଉ କଲା ବିଜେପି - ରାଜ୍ୟବ୍ୟାପୀ ଆନ୍ଦୋଳନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 18, 2023, 5:24 PM IST

ଅନୁଗୋଳ: ରାଜ୍ୟ ସରକାର ବିରୋଧରେ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ ଜାରି ରହିଛି । ଦୁର୍ନୀତି ପ୍ରତିବାଦରେ ଅନୁଗୋଳ ଜିଲ୍ଲାର ଆଜି ୩ଟି ବ୍ଲକ ଘେରାଉ କରିଛି ବିଜେପି । ରାଜ୍ୟବ୍ୟାପୀ ବିଭିନ୍ନ ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ପକ୍ଷରୁ ସାରା ରାଜ୍ୟରେ ଜନ ଆକ୍ରୋଶ ରାଲି ଏବଂ ବ୍ଲକ କାର୍ଯ୍ୟାଳୟ ଘେରାଉ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ତାଳଚେର, ପାଲଲହଡା ଓ ବଅଁରପାଳ ବ୍ଲକରେ ଜନ ଆକ୍ରୋଶ ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି । ବ୍ଲକ ଘେରାଉ ବେଳେ ବିଜେପି କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

ଏହା ବି ପଢନ୍ତୁ...ଦୁର୍ନୀତି ବିରୋଧରେ ଧନକଉଡ଼ା ବ୍ଲକ ଘେରିଲା ବିଜେପି

ତାଳଚେରରେ କାଳନ୍ଦୀ ସାମଲ, ବଅଁରପାଳରେ ପ୍ରତାପ ପ୍ରଧାନ ଏବଂ ପାଲଲହଡାରେ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ରାଲି କରିଥିଲେ । ଏନେଇ ବରିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି, "ଭତ୍ତାଠାରୁ ଆରମ୍ଭ କରି ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ ଯୋଜନାରେ ବ୍ୟାପକ ଘୋଟାଲା ଚାଲିଛି । ଅଧିକାରୀମାନେ ପିସି ନେଇ କାମ କରୁଛନ୍ତି । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେଉଛି । ତେଣୁ ଏସବୁକୁ ବିଜେପି ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ।" ଆଗାମୀ ଦିନରେ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.