Global Millets Conference: ଶତାୟୁ ପଦ୍ମଶ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ
Published: Mar 18, 2023, 10:12 PM

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଲେ ଶତାୟୁ ପଦ୍ମଶ୍ରୀ ପପ୍ପାମାଲ । ଆଜି ଗ୍ଲୋବାଲ୍ ମିଲେଟ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା 107 ବର୍ଷିୟା ପଦ୍ମଶ୍ରୀ ପପ୍ପାମାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତରୀୟ ଦେଇ ସମ୍ବୋର୍ଦ୍ଧିତ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ପାଦ ସ୍ପର୍ଷ କରି ଆର୍ଶୀବାଦ ନେଇଥିଲେ । ଜୈବିକ କୃଷି ଅର୍ଗାନିକ ଫାର୍ମିଂ ବର୍ଗରେ ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିଲେ ଏହି ଶତାୟୁ ମହିଳା ପପ୍ପାମାଲ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) 'ଗ୍ଲୋବାଲ ମିଲେଟସ ସମ୍ମିଳନୀ (ଶ୍ରୀ ଆନ୍ନ)ର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ମିଲେଟ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଥିବା ଆହ୍ବାନର ମୁକାବିଲା କରିବ । ଏହି ଅବସରରେ ସେ ପଦ୍ମଶ୍ରୀ ପପ୍ପାମାଲଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ପାଦ ସ୍ପର୍ଷ କରି ଆଶୀର୍ବାଦ ନେବା ସହ କିଛି ସମୟ ବାର୍ତ୍ତାଳାପ କରିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ