ସମୁଦ୍ରରେ ଭୟଙ୍କର ନିଆଁ, ଭିଡିଓ ଭାଇରାଲ

By

Published : Jul 4, 2021, 11:14 AM IST

thumbnail

ମେକ୍ସିକୋ:ମେକ୍ସିକୋ ଗଲ୍ଫର ସମୁଦ୍ରରେ ଅଣ୍ଡର ପାଇପଲାଇନ ଫାଟି ବଡଧଡରଣ ଅଗ୍ନିକାଣ୍ଡ ଘଟିଛି । ସମୁଦ୍ର ମଧ୍ୟରେ ଭୟଙ୍କର ନିଆଁ ଦେଖିବାକୁ ମିଳିଛି । ପାଣିରେ ନିଆଁ ଲାଗିବାର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ସମୁଦ୍ରରେ 'ଅଗ୍ନି ଆଖି' ସୃଷ୍ଟି ହୋଇଛି, ଯେପରି ସମୁଦ୍ରରେ ବାତ୍ୟା ସୃଷ୍ଟିହେଲେ ଦେଖାଯାଏ ଠିକ୍ ସେହିପରି । ମେକ୍ସିକୋ ଏବଂ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ବିଭିନ୍ନ ସାମ୍ବାଦିକ ଏବଂ ପ୍ରକାଶନ ଗୁଡ଼ିକ ନିଆଁକୁ ଆୟତ୍ତ କରିବା ପାଇଁ ପାଣି ସ୍ପ୍ରେ କରିଛନ୍ତି । ସହିପରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନାଇଟ୍ରୋଜେନ ମଧ୍ୟ ବ୍ୟବହାର କରାଯାଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ମାତ୍ର ଏହି ଅଗ୍ନିକାଣ୍ଡରେ ସମୁଦ୍ର ମଧ୍ୟରେ କେତେ ପରିମାଣରେ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.