ସାଙ୍ଗର ଶେଷଇଚ୍ଛା ପୂରଣ କଲେ ସାଙ୍ଗ, ରାସ୍ତାରେ ଉଡିଲା ବିଡାବିଡା ଟଙ୍କା

By

Published : Apr 16, 2021, 7:40 PM IST

thumbnail

ୱାସିଂଟନ: ରାସ୍ତାରେ ଉଡୁଛି ଟଙ୍କା । ପାଖରେ ଦୁଇ ଜଣ ବ୍ୟକ୍ତି ବ୍ୟାଗରୁ ବିଡାବିଡା ନୋଟ ବାହାର କରି ଫୋପାଡି ଚାଲିଛନ୍ତି । ଟଙ୍କା ଗୋଟାଇବାକୁ ଉପସ୍ଥିତ ଲୋକେ ମଧ୍ୟ କୋଳାହଳ ଜମାଇଛନ୍ତି । କୌଣସି ଫିଲ୍ମ ପରି ଲାଗୁଥିବା ଏହି ଦୃଶ୍ୟଟି ହେଉଛି ନ୍ୟୁୟର୍କ ସହରର । ସମ୍ପୃକ୍ତ ଦୁଇ ବ୍ୟକ୍ତି କୋରୋନାରେ ପ୍ରାଣ ହରାଇଥିବା ନିଜ ସାଙ୍ଗର ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ରାସ୍ତାରେ ଏଭଳି ଟଙ୍କା ଉଡାଇଛନ୍ତି । ଘଟଣାଟି କିଛି ଏଭଳି ରହିଛି । କୋରୋନାରେ ପ୍ରାଣ ହରାଇଥିବା ସେମାନଙ୍କ ସାଙ୍ଗ 'ସ୍ବାସ୍ଥ୍ୟ ତୁଳନାରେ ସମ୍ପତ୍ତି ବା ଟଙ୍କାର ମୂଲ୍ୟ ତୁଚ୍ଛ' ବୋଲି ଲୋକଙ୍କୁ ଜଣାଇବାକୁ ଚାହୁଁଥିଲେ । ଏଣୁ ତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ଟଙ୍କା ରାସ୍ତାରେ ଏଭଳି ଉଡାଇ ଲୋକଙ୍କୁ ଏହି ବାର୍ତ୍ତା ଦେବାକୁ ନିଜ ସାଙ୍ଗକୁ କହିଥିଲେ । ଏହାପରେ ମୃତ ବ୍ୟକ୍ତିଙ୍କ ଦୁଇ ସାଙ୍ଗ ରାସ୍ତାରେ ବିଡା ବିଡା ନୋଟ ଉଡାଇଥିଲେ । ସୌଜନ୍ୟ: ସୋସିଆଲ ମିଡିଆ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.