ଖରାପ ପାଗ ଯୋଗୁଁ ନ୍ୟୁୟର୍କରେ ବାତିଲ ହେଲା ଏୟାର ସୋ

By

Published : May 30, 2021, 2:45 PM IST

thumbnail

ଆଲବାନୀ: ଖରାପ ପାଗ ଯୋଗୁଁ ନ୍ୟୁୟର୍କରେ ବାତିଲ ହେଲା ଏୟାର ସୋ । ସୁରକ୍ଷା ଦୃଷ୍ଟିରୁ ରବିବାର ଅନୁଷ୍ଠିତ ହେବାକୁ ଥିବା ସୋକୁ ବାତିଲ କରିବା ଆବଶ୍ୟକ ବୋଲି ଆୟୋଜକ ମାନେ କହିଛନ୍ତି । ତେବେ ଶୁକ୍ରବାର ଦିନ ଆକାଶ ସଫା ହେବା ପରେ ଏୟାର ସୋ’ର ଅଂଶଗ୍ରହଣକାରୀ ଏବଂ ପାଇଲଟମାନେ ତୀବ୍ର ରିହର୍ସାଲ କରିଥିଲେ । ଏହି ସମୟ ମଧ୍ୟରେ 46,000 ଲୋକ ଉପସ୍ଥିତ ଥିଲେ। ଗତ ବର୍ଷ କରୋନା ମହାମାରୀ ହେତୁ ଏହି ସୋ ବାତିଲ କରାଯାଇଥିଲା । ତେବେ ନ୍ୟୁୟର୍କର ୱାଣ୍ଟାଗ ଜୋନ୍ସ ବିଚରେ ଏହି ଏୟାର ସୋ ଆୟୋଜିତ ହୋଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.