ବିସ୍ଫୋରଣ ପୂର୍ବରୁ ଫୁଟିଥିଲା ଗୁଳି; ଜୀବନ ବଞ୍ଚାଇ ଦୌଡୁଥିଲେ ଜନତା

By

Published : Aug 27, 2021, 9:31 PM IST

thumbnail

କାବୁଲ: ଗୁରୁବାର ଆଫଗାନିସ୍ତାନ ରାଜଧାନୀରେ ଦୁଇଟି ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପୂର୍ବରୁ କାବୁଲ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ନିକଟରେ ତାଲିବାନ ପକ୍ଷରୁ ଗୁଳି ଚଳାଇଥିବାର ଦେଖାଯାଇଥିଲା। ଭୟାବହ ଦୃଶ୍ୟ ଦର୍ଶାଉଛି ଯେ ଲୋକମାନେ ରାସ୍ତାରେ ଦୌଡ଼ୁଥିବାବେଳେ ପାଟିତୁଣ୍ଡ ସହିତ ଗୁଳି ବିନିମୟ ମଧ୍ୟ ଶୁଣିବାକୁ ମିଳୁଛି। ବିମାନ ବନ୍ଦରକୁ ଆସୁଥିବା ଆଫଗାନିସ୍ତାନର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନ କ୍ରମାଗତ ଭାବେ ପାଙ୍କା ଗୁଳି ଚଳାଇଥିଲା । ଯାହାଫଳରେ ପୁରୁଷ, ମହିଳା ଏବଂ ପିଲାମାନେ ଏଣେତେଣେ ଦୌଡିଥିଲେ । କିଛି ସମୟ ପରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ 100 ଜଣ ପ୍ରାଣ ହରାଇଥିବାବେଳେ ହଜାର ହଜାର ଆହତ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.