ଜଗତସିଂହପୁରରେ ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାନବମୀ ପୂଜା

By

Published : Oct 14, 2021, 8:12 PM IST

Updated : Oct 14, 2021, 8:34 PM IST

thumbnail

ଜଗତସିଂହପୁର: ସହରରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ଆଜି ମହାମାୟାଙ୍କ ମହନବମୀ ପୂଜା ଅନୁଷ୍ଠିତ ହେଉଛି। ଗତକାଲି ବିଭିନ୍ନ ଦେବୀପୀଠରେ ମହାନବମୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଆଜି ମୁଣ୍ମୟୀ ମୂର୍ତ୍ତୀଙ୍କ ପାଖରେ ମହାନବମୀ ପୂଜା କରାଯାଉଛି । ପ୍ରଥମରେ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା ଚଣ୍ଡୀପାଠ ଆଦି ଅନୁଷ୍ଠିତ ହେଉଛି। ଏହାପରେ ଆହୁତି ଓ ପରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ଦଶହରା ରହୁଥିବାରୁ ମା' ଙ୍କ ଠାରେ ଅପରାଜିତା ପୂଜା କରାଯାଇ ବିସର୍ଜନ ବା ବିଦାୟ ଦିଆଯିବ। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Oct 14, 2021, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.