ମାଲବାହୀ ଟ୍ରେନ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ଜାରି, ସ୍ଥିତି ପରଖିଲା ଇଟିଭି ଭାରତ

By

Published : Sep 15, 2021, 12:46 PM IST

thumbnail

ତାଳଚେର-ସମ୍ବଲପୁର ରେଳ ପଥରେ ହୋଇଥିବା ଟ୍ରେନ ଦୁର୍ଘଟଣାକୁ ବିତିଛି 24 ଘଣ୍ଟା। ଟ୍ରାକ ସଫା କାର୍ଯ୍ୟରେ ଲାଗିପଡିଛି ବିଭାଗୀୟ ଟିମ । ୩୦ ରୁ ୩୬ ଘଣ୍ଟା ମଧ୍ୟରେ ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରାଯାଇଛି ବୋଲି କୁହାଯାଉଥିବାବେଳେ ପ୍ରକୃତ ପକ୍ଷେ ତାହା ସମ୍ଭବ ପରିଲକ୍ଷିତ ହେଉନାହିଁ । କାରଣ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବଗି ଟ୍ରାକ ଉପରୁ ଉଠା ଯାଇ ପାରିନାହିଁ । ଇଞ୍ଜିନ ମଧ୍ୟ ସେଭଳି ଅବସ୍ଥାରେ ରହିଛି । ୩ଟି ଟିମ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି । ଟ୍ରାକ ସଫା କାର୍ଯ୍ୟ ଶେଷ ହୋଇନଥିବାରୁ ଆଜି ସେହି ରୁଟରେ ୪ଟି ଟ୍ରେନ ବାତିଲ ହୋଇଛି । ଏନେଇ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ଦେଉଛନ୍ତି ଆମ ପ୍ରତିନିଧି ସଂଗ୍ରାମ ରଞ୍ଜନ ନାଥ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.