ଆଜି ମା' କଟକ ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ

By

Published : Oct 13, 2021, 6:59 PM IST

thumbnail

କଟକ: ଆଜି ମା' କଟକ ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ । ମାଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ । ବିଶେଷକରି ଆଜି ନବରାତ୍ରର ଅଷ୍ଟମ ଦିନ ହୋଇଥିବାରୁ ଶକ୍ତି ପୀଠରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରୁଛନ୍ତି । କୋଭିଡ଼ ନିୟମ ପାଳନ କରି ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗତବର୍ଷ କୋରୋନା ପାଇଁ ମା'ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ଚଳିତ ବର୍ଷ ଦର୍ଶନ ପାଇଁ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁମାନେ ବେଶ ଖୁସି ପ୍ରକଟ କରିଛନ୍ତି । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.