ରଣାଙ୍ଗନରେ ସାମ୍ବାଦିକ, ବିନା ସମର୍ଥକରେ ସାଇକେଲ ଚଢି କରୁଛନ୍ତି ପ୍ରଚାର

By

Published : Feb 9, 2022, 1:12 PM IST

thumbnail

ଜଗତସିଂହପୁର: ରାଜନୀତି କାହାପାଇଁ ପେଶା ପୁଣି କାହାପାଇଁ ନିଶା। ନିଶା ଆଗରେ ବୟସ ବି ହାର ମାନିଛି। 75 ବର୍ଷରେ ବିନା ସମର୍ଥକରେ ସାଇକେଲ ଚଢି ଘର ଘର ବୁଲି ପ୍ରଚାର ଚଳାଇଛନ୍ତି ବାଲିକୁଦା ବ୍ଲକ ୪ନମ୍ବର ଜୋନରୁ ପ୍ରତିଦ୍ବନ୍ଦିତା କରୁଥିବା ବୀରବର ଦଳାଇ। ସ୍ବାଧୀନ ଭାବେ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବୀରବର ଦଳାଇ ପୂର୍ବରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବରେ 4 ଥର ଲଢ଼ି ସାରିଛନ୍ତି । ନିଜେ ଏକା ଏକା ସାଇକେଲ ଧରି ପ୍ରଚାର କରୁଛନ୍ତି। ବୀରବର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ସାମ୍ବାଦିକତାକୁ ପେଶା ଭାବେ ଗ୍ରହଣ କରିଥିବା ବୀରବର କଣ ପାଇଁ ପରିଣତ ବୟସରେ ରାଜନୀତିରେ ରୁଚି ରଖିଛନ୍ତି ଏହାକୁ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ସୁଶାନ୍ତ ପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.