ବିଧି ରକ୍ଷା ପାଇଁ କୋରୋନା କଟକଣାରେ ଦଶହରା ପାଳନ

By

Published : Oct 15, 2021, 1:02 PM IST

thumbnail

ନୟାଗଡ: ଵିଧିରକ୍ଷା ପାଇଁ ନୟାଗଡରେ କୋଭିଡ଼ କଟକଣା ମଧ୍ୟରେ ଦଶହରା ପାଳନ ହୋଇଛି । ଆଜି ଦଶହରା ପବିତ୍ର ବିଜୟା ଦଶମୀ । ହେଲେ ଚଳଚଞ୍ଚଳ ନାହିଁ ନୟାଗଡ । ପୂର୍ବ ପରି ନାଁ ଅଛି ଉତ୍ସବ ନାଁ ଦେଖିବାକୁ ମିଳୁଛି ଆଖି ଝଲସିବା ପରି ତୋରଣ । କୋଭିଡ଼ ମହାମାରୀ ପାଇଁ ସବୁ ଫିକା ପଡ଼ିଛି । ନୟାଗଡ ସହରରେ ଏକାଧିକ ପୂଜା ମଣ୍ଡପରେ ଖୁବ ଧୁମଧାମରେ ଦଶହରା ପାଳନ ହୁଏ । ଶତାଧିକ ବର୍ଷର ପୁରୁଣା ପୂଜା ମଣ୍ଡପ ବି ଆଜି ଖାଁ ଖାଁ । କେବଳ ଵିଧି ରକ୍ଷା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' । କୋରୋନା କଟକଣା ପାଇଁ ଦର୍ଶକ ମଧ୍ୟ ବଞ୍ଚିତ ହେଉଛନ୍ତି ମା' ଦର୍ଶନରୁ । ଭକ୍ତ -ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇଛି କୋରୋନା । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.