କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ଜେଲ

By

Published : Feb 24, 2021, 10:44 PM IST

thumbnail

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜନୈକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଦୋଷୀକୁ ଦଶ ବର୍ଷ ଜେଲ ଦଣ୍ଡ । ଏନେଇ ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ଶୁଣାଣି କରାଯାଇ ଅଦାଲତ ଦୋଷୀକୁ ଦଣ୍ଡ ଦେଇଛନ୍ତି । ବେଲଘର ଥାନା ଅଞ୍ଚଳର ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ନାବାଳିକା ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମାନ୍ୟବର ସ୍ୱତନ୍ତ୍ର ଜଜ୍ ପୋକ୍ସୋ କୋର୍ଟ ଫୁଲବାଣୀର ଜଜ୍ ସମର ବିଳାସ ବେହେରା, ଶଙ୍କରକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ୧୦, ୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.